ଧୋନୀଙ୍କ ଝିଅ ଫାର୍ମ ହାଉସରେ କରୁଛନ୍ତି ସଫାସୁତରା, ସାକ୍ଷୀ ସେୟାର କଲେ ଭିଡ଼ିଓ

କରୋନା ମହାମାରୀ ପାଇଁ ଦେଶ ଲକ ଡାଉନ ଘୋଷଣା ହେବା ପରେ ଏବେ ସମସ୍ତ ପ୍ରକାର ଖେଳକୁ ରଦ୍ଦ କରିଦିଆଯାଇଛି। ତେଣୁ ଖେଳାଳିମାନେ ଘରେ ନିଜ ପରିବାର ସହିତ ସମୟ ବିତାଉଛନ୍ତି। ଏହାରି ଭିତରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ପତ୍ନୀ ସାକ୍ଷୀ ସୋମବାର ଏକ ଭିଡ଼ିଓ କ୍ଲିପ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ, ଯେଉଁଥିରେ ଝିଅ ଜିଭା ଧୋନୀ ସଫାସୁତରା କରୁଥିବା ନଜର ଆସୁଛନ୍ତି।

 

View this post on Instagram

 

❤️

A post shared by Sakshi Singh Dhoni (@sakshisingh_r) on

ଏହି ଭିଡ଼ିଓକୁ ଏ ପର୍ଯ୍ୟନ୍ତ 3.5 ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ନିକଟରେ ଧୋନୀ କରୋନା ଲଢେଇରେ ଡୋନେସନକୁ ନେଇ ଚର୍ଚ୍ଚାରେ ରହିଥିଲେ। ସେତେବେଳେ ସାକ୍ଷୀ 1 ଲକ୍ଷ ଟଙ୍କା ଡୋନେସନ ଖବରକୁ ମିଛ ବୋଲି କହିଥିଲେ।

Leave A Reply

Your email address will not be published.