କାହିଁକି ଲୁପ୍ତ ହୋଇଗଲା ପୂର୍ଣ୍ଣଗର୍ଭା ସରସ୍ୱତୀ? ରହିଛି କି କିଛି ଅଲୌକିକ ରହସ୍ୟ

ସରସ୍ୱତୀ ନଦୀର ନାଁ ତ ସମସ୍ତେ ଶୁଣିଥିବେ କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆଜି ଯାଏଁ କେହି ବି ଏହି ନଦୀକୁ ଦେଖିନାହାନ୍ତି। କୁହାଯାଏ ଯେ ପ୍ରୟାଗଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀ ମିଶିଛନ୍ତି। ଏଣୁ ଏହି ସ୍ଥାନକୁ ତ୍ରିବେଣୀ ସଙ୍ଗମ୍‌ କୁହାଯାଏ। କିନ୍ତୁ କ’ଣ ସତରେ ସରସ୍ୱତୀ କେବେ ବି ଗଙ୍ଗା ଓ ଯମୁନା ସହ ମିଶିଛି? ଯଦି ତିନିଟି ନଦୀ ପରସ୍ପର ସହ ମିଶି ହିଁ ନାହାନ୍ତି ତେବେ ସେହି ସ୍ଥାନକୁ ତ୍ରିବେଣୀ ସଙ୍ଗମ କାହିଁକି କୁହାଯାଏ। ତେବେ ଆଜି ଆସନ୍ତୁ ଜାଣିବା ସରସ୍ୱତୀ ନଦୀର ସତ୍ୟତା ବିଷୟରେ…

ଅଧିକାଂଶ ଐତିହାସିକ ଭାରତ ଇତିହାସର ଆରମ୍ଭ ସିନ୍ଧୁ ନଦୀ କୂଳ ମହେଞ୍ଜୋଦାର ଓ ହରପ୍‌ପା ସଭ୍ୟତାରୁ ହୋଇଛି ବୋଲି କହିଥାନ୍ତି। କିନ୍ତୁ ଯେବେ ଠାରୁ ସରସ୍ୱତୀ ବିଷୟରେ ସନ୍ଧାନ କରାଯାଉଛି ସେବେଠୁ ଭାରତର ଇତିହାସ ସମ୍ପୂର୍ଣ୍ଣ ବଦଳିଯାଇଛି। ଏବେ କୁହାଯାଉଛି ଯେ ସରସ୍ୱତୀ ନଦୀ ସିନ୍ଧୁ ସଭ୍ୟତାଠାରୁ ବି ହଜାରେ ବର୍ଷ ପୁରୁଣା।

File:Saraswati River.jpg - Wikimedia Commons

ଧର୍ମ ଓ ସଂସ୍କୃତ ଗ୍ରନ୍ଥ ଅନୁସାରେ ସରସ୍ୱତୀ ନଦୀର ବି ଦିନେ ଅସ୍ତିତ୍ୱ ଥିଲା। ଋକ୍‌ବେଦରେ ସରସ୍ୱତୀ ନଦୀ ବିଷୟରେ ଉଲ୍ଲେଖ ଅଛି ଓ ଏହାର ମହତ୍ତ୍ୱ ମଧ୍ୟ ଦର୍ଶାଯାଇଛି। କେତେକ ସଂସ୍କୃତ ପୁସ୍ତକରେ ମଧ୍ୟ ସରସ୍ୱତୀ ନଦୀ ବିଷୟରେ କୁହାଯାଇଛି। ସରସ୍ୱତୀକୁ ସିନ୍ଧୁ ସମାନ ଗଣାଯାଏ। ଋକ୍‌ବେଦରେ କୁହାଯାଇଛି ଯେ ଏହା ଏକ ଏଭଳି ନଦୀ ଯାହା ଏକ ସଭ୍ୟତାକୁ ଜନ୍ମ ଦେଇଛି। ଏହାକୁ ଭାଷା, ଜ୍ଞାନ, କଲ୍ୟାଣ ଓ ବିଜ୍ଞାନର ଦେବୀ ମଧ୍ୟ କୁହାଯାଏ। ଋକ୍‌ବେଦ ଏହି ନଦୀ କୂଳରେ ହିଁ ଲେଖାଯାଇଛି ବୋଲି ମଧ୍ୟ କୁହାଯାଏ, କିନ୍ତୁ ଏହି ନଦୀର ଅସ୍ତିତ୍ୱକୁ ନେଇ ଆଜି ବି ବହୁ ବାଦ ବିବାଦ ଲାଗି ରହିଛି।

saraswati

ଫ୍ରେଞ୍ଚ୍‌ର ପ୍ରୋଟୋ ହିଷ୍ଟୋରିୟନ୍‌ ମାଇକେଲ ଡେନିନୋ ନଦୀର ଉତ୍ପତ୍ତି ଓ ଏହାର ଲୁପ୍ତ ହେବାର ସମ୍ଭାବ୍ୟ କାରଣ ଖୋଜି ବାହାର କରିଛନ୍ତି। ମାଇକେଲଙ୍କ ମତରେ ଋକ୍‌ବେଦର ମଣ୍ଡଳ ୭ ଅନୁସାରେ ଏକଦା ସରସ୍ୱତୀ ଏକ ବିରାଟ ନଦୀ ଥିଲା, ଯାହା ପାହାଡ଼ରୁ ତଳକୁ ପ୍ରବାହିତ ହେଉଥିଲା। ନିଜ ରିସର୍ଚ୍ଚ ‘ଦ ଲାଷ୍ଟ ରିଭର’ରେ ମାଇକେଲ ଲେଖିଛନ୍ତି ତାଙ୍କୁ ବର୍ଷା ଦିନିଆ ନଦୀ ବିଷୟରେ ଜଣାପଡ଼ିଛି। କେତେକ ସ୍ଥାନରେ ଏହି ନଦୀ ଛୋଟ ଧାରା ଭାବେ ବୋହୁ ଥିବା ବେଳେ ବର୍ଷାଦିନେ ଏହା ୩ ରୁ ୧୦ କିଲୋମିଟର ଚଉଡ଼ା ହୋଇ ବୋହିଥାଏ। ଏହି ନଦୀ ଭାରତ- ତିବ୍ଦତର ପାହାଡ଼ ସୀମାରୁ ପ୍ରବାହିତ ହେଇଛି। ସେ ଏକାଧିକ ସ୍ରୋତରୁ ସୂଚନା ନେଇ ନଦୀର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ବି ପତ୍ତା ଲଗାଇଛନ୍ତି।

In search of a mythical river

ଋକବେଦର ଭୌଗୋଳିକ କ୍ରମ ଅନୁସାରେ ଏହି ନଦୀ ଯମୁନା ଓ ସତ୍‌ଲେଜ୍‌ ମଝିରେ ରହିଛି ଏବଂ ପୂର୍ବରୁ ପଶ୍ଚିମ ଆଡ଼କୁ ପ୍ରବାହିତ ହେଉଛି। ଭୌଗୋଳିକ ପରିବର୍ତ୍ତନ ଯୋଗୁ ପ୍ରାୟ ୨ ହଜାର ବର୍ଷ ହେବ ନଦୀଟି ଅଦୃଶ୍ୟ ହୋଇଯାଇଛି।

ସରସ୍ୱତୀ ନଦୀ ଲୁପ୍ତ ହେବାର ଆଉ ଏକ କାହାଣୀ ବି ରହିଛି। ମହାଭାରତରେ ଏହି କାହାଣୀ ଉଲ୍ଲେଖ ରହିଛି। ସେହି ସମୟରେ ସରସ୍ୱତୀ ନଦୀକୁ ବେଦସ୍ମୃତି, ବେଦବତୀ ଓ ପ୍ଲକ୍ଷବତୀ ବୋଲି ମଧ୍ୟ କୁହାଯାଉଥିଲା। ଯେଉଁ ସ୍ଥାନରୁ ସରସ୍ୱତୀ ନଦୀ ଅଦୃଶ୍ୟ ହୋଇଥିଲା ସେହି ସ୍ଥାନକୁ ବିନାଶନା ବା ଉପମଜ୍ଜନା ନାମ ଦିଆଯାଇଛି।

महाभारत के लेखक कौन हैं? | Who wrote the ...

ସରସ୍ୱତୀର ଲୁପ୍ତ ହେବା ପଛରେ ଆଉ ଏକ ରୋଚକ କାହାଣୀ ବି ରହିଛି। ପୌରାଣିକ ମାନ୍ୟତା ଅନୁସାରେ ଏକ ଅଭିଶାପ ଯୋଗୁ ସରସ୍ୱତୀ ନିଜ ଅସ୍ତିତ୍ୱ ହରାଇ ବସିଛି। କୁହାଯାଏ ଯେ ମହର୍ଷି ବେଦବ୍ୟାସ ମହାଭାରତ ରଚନା କରୁଥିବା ବେଳେ ସରସ୍ୱତୀ ନଦୀରୁ ଭୀଷଣ ଶବ୍ଦ ଆସୁଥିଲା। ଏହି ଶବ୍ଦ ଯୋଗୁ ଗଣେଶଙ୍କୁ ମହାଭାରତ ଲେଖିବା ବେଳେ ସମସ୍ୟା ହୋଇଥିଲା। ଏଣୁ ସରସ୍ୱତୀ ନଦୀ ଉପରେ ରାଗିଯାଇ ବେଦବ୍ୟାସ ତାଙ୍କୁ ଅଭିଶାପ ଦେଇଥିଲେ। ଫଳରେ ସରସ୍ୱତୀ ସବୁଦିନ ପାଇଁ ପୃଥିବୀ ଗର୍ଭରେ ଲୁପ୍ତ ହୋଇଗଲା।

ତେବେ ପୃଥିବୀର ସରଞ୍ଚନା ଓ ଭୌଗୋଳିକ ପରିବର୍ତ୍ତନ ଯୋଗୁ ଧୀରେ ଧୀରେ ସ୍ୱର୍ଣ୍ଣଗର୍ଭା ସରସ୍ୱତୀ କୁଆଡ଼େ ହଜି ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରେ ପବିତ୍ରତାର ପ୍ରତୀକ ହୋଇ ପୂଜା ପାଉଛି ଦେବୀ ରୂପେ। ଏମିତି ବି କିମ୍ବଦନ୍ତୀ ରହିଛି ଯେ ଭବିଷ୍ୟତରେ ପୁଣିଥରେ ସରସ୍ୱତୀ ପୃଥିବୀକୁ ଲେଉଟିପାରନ୍ତି ପୂର୍ଣ୍ଣଗର୍ଭା ହୋଇ।

Leave A Reply

Your email address will not be published.