Odisha News

ନିର୍ଭୟା ମାମଲା : ଆଉ ଖସି ପାରିବ ନାହିଁ ଦୋଷୀ ବିନୟ, ସୁପ୍ରିମ୍‌ କୋର୍ଟରେ ଆବେଦନ ହେଲା ଖାରଜ

ନୂଆଦିଲ୍ଲୀ : ନିର୍ଭୟା ଦୋଷୀ ବିନୟ ଶର୍ମାର ଆବେଦନକୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରି ଦେଇଛନ୍ତି । ଫାଶୀରୁ ଖସିବା ପାଇଁ ବିନୟ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା । ହେଲେ ଏହି ଆବେଦନକୁ ରାଷ୍ଟ୍ରପତି ରାମନନାଥ କୋବିନ୍ଦ ଅଗ୍ରାହ୍ୟ କରିଥିଲେ । ତାକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲା ବିନୟ । ଏବେ ବିନୟ ସମେତ ମୋଟ୍‌ ୪ ଜଣ ଦୋଷୀଙ୍କ ମଧ୍ୟରୁ ତିନି ଜଣ ଦୋଷୀଙ୍କ ପାଇଁ ସମସ୍ତ ବାଟ ବନ୍ଦ ହୋଇଯାଇଛି । ଗତକାଲି ବିନୟ ଆବେଦନ ଉପରେ ଶୁଣାଣି କରି ସୁପ୍ରିମ୍‌ କୋର୍ଟ ରାୟକୁ ଆଜି ପାଇଁ ସଂରକ୍ଷିତ ରଖିଥିଲେ ।

Loading...

Leave A Reply

Your email address will not be published.