ପାକିସ୍ତାନରୁ ଆସିଲା ମୋଦିଙ୍କ ପାଇଁ ରାକ୍ଷୀ, ଭାଇଙ୍କ ପାଇଁ ଶୁଭ ମନାସିଲେ ଭଉଣୀ

ଆଗକୁ ଥିବା ରକ୍ଷାବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନରେ ରହୁଥିବା ଜଣେ ଭଉଣୀ କମର ମୋହସୀନ ଶେଖ ରାଖୀ ପଠେଇଛନ୍ତି । କରାଚୀରେ ରହୁଥିବା କମର ଦୀର୍ଘ ୨୪ ବର୍ଷ ଧରି ମୋଦିଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ କାରଣରୁ କିନ୍ତୁ ଏପରି ହୋଇପାରିବ ନାହିଁ । ରାକ୍ଷୀ ବ୍ୟତୀତ କମର ମୋହସୀନ ଏକ ମୋଦିଙ୍କ ଉଦ୍ଦେଶ୍ୟରେ ଏକ କବିତା ଲେଖି ମଧ୍ୟ ପଠାଇଛନ୍ତି । ଯେଉଁଥିରେ ସେ କରୋନା ସମୟରେ ତାଙ୍କ ଭାଇ କେମିତି ସୁସ୍ଥ ରୁହନ୍ତୁ ସେ ନେଇ ଶୁଭ ମନାସିଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତିକି, ମୁଁ ଏଥର ତାଙ୍କ ନିକଟକୁ ଯାଇପାରୁନାହିଁ । ଯଦି ସମ୍ଭବ ହୋଇଥାନ୍ତା ତେବେ ସେ ମୋତେ ନିଶ୍ଚିତ ଡାକିଥାନ୍ତେ । ମୁଁ କୋରିୟରରେ ରାକ୍ଷୀ ସହିତ ଏକ ଚିଠି ବି ପଠେଇଛି । ତାଙ୍କ ଲମ୍ବା ଆୟୁଷ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

ଆଗକୁ ସୁସ୍ଥ ରହି ସେ ଏହିପରି ଜନମଙ୍ଗଳକାରୀ କାମ କରୁଥାନ୍ତୁ ଆଲ୍ଲାଙ୍କ ନିକଟରେ ଏତିକି ହିଁ ମୋର କାମନା । କମର କହିଛନ୍ତିକି, ତାଙ୍କର ଆଉ ଦୁଇ ଭଉଣୀ ମଧ୍ୟ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଚାହୁଁଥିଲେ । ଆହୁରି ମଧ୍ୟ ସେ କହିଛନ୍ତି ତାଙ୍କ ପତି ଓ ପୁଅ ବି ମୋଦିଙ୍କୁ ଖୁବ ଭଲ ପାଆନ୍ତି । କହିରଖିବା ଉଚିତ ହେବକି, କମର ମହସୀନ ପ୍ରଧାନମନ୍ତ୍ରୀଙ୍କ ତିନି ତଲାଖ ଫଇସଲାର ସମର୍ଥନ କରିଥିଲେ । ସେ ଏହାମଧ୍ୟ କହିଛନ୍ତିକି ପବିତ୍ର କୋରାନ କିମ୍ବା ଇସ୍ଲାମ ଧର୍ମରେ ତିନ ତଲାଖ ବାବଦରେ କୌଣସି ପ୍ରକାର ବର୍ଣ୍ଣନା କରାଯାଇନାହିଁ ।

Leave A Reply

Your email address will not be published.