ସ୍କୁଲକୁ ବନ୍ଦ କରାଯାଇନାହିଁ ବରଂ ମିଶ୍ରଣ କରାଯାଇଛି : ପ୍ରମିଳା ମଲ୍ଲିକ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭାରେ ସରକାର ଆଣିଲେ ମୋସନ । ସରକାରୀ ଦଳ ମୁଖ୍ୟ ସଚେତକ ସ୍କୁଲ ବନ୍ଦ ସମ୍ପର୍କିତ ପ୍ରସ୍ତାବ ଆଣିଛନ୍ତି । ପ୍ରସ୍ତାବ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଉଛି । ଗୃହକାର୍ଯ୍ୟ ସ୍ୱାଭାବିକ ଚାଲିଛି । ସ୍କୁଲକୁ ବନ୍ଦ କରାଯାଇନାହିଁ, ମିଶ୍ରଣ କରାଯାଇଛି । ବିଭିନ୍ନ ସ୍ଥାନରେ ୮ ଛାତ୍ରଛାତ୍ରୀରେ ଦୁଇ ଜଣ ଶିକ୍ଷକ ରହୁଛନ୍ତି । ଯାହା ଯଥାର୍ଥ ନୁହେଁ । ଯଦି କିଛି ସ୍କୁଲରେ ନାମଲେଖା ବେଳେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବ, ସେଠାରେ ସ୍କୁଲ ଚାଲିପାରିବ । ଯଦି କାହାର କିଛି ଅଭିଯୋଗ ରହିଛି, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଅଭିଯୋଗ କରିପାରିବେ । ସେଇଠି ସମାଧାନ ହୋଇପାରିବ ।

ପ୍ରସ୍ତାବ ଆଲୋଚନା ଆରମ୍ଭ କରି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହା କହିଛନ୍ତି । ଅନ୍ୟପଟେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ସରକାର ସଠିକ ଦିଶାରେ ଚାଲୁନାହିଁ । ସାଢ଼େ ୧୧ ହଜାର ସ୍କୁଲ ବନ୍ଦ ନିଷ୍ପତ୍ତି ଆତ୍ମଘାତୀ ହେବ ।୧୧ ଲକ୍ଷ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି ହେଲେ ମାଟ୍ରିକ ପରୀକ୍ଷା ଦେଉଛନ୍ତି ୬ ଲକ୍ଷ । ୫ ଲକ୍ଷ ପିଲା ପାଠପଢ଼ା କାହିଁକି ଛାଡୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.