ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲା : ଗିରଫ ହୋଇଥିବା ଶୁଭ୍ରା କୁଣ୍ଡୁଙ୍କୁ କୋଲକାତାରୁ ଭୁବନେଶ୍ୱର ଆଣୁଛି ସିବିଆଇ

କେନ୍ୟୁଜ୍(କେନ୍ୟୁଜ୍):  ରୋଜଭ୍ୟାଲି ଚିଟ୍‌ଫଣ୍ଡ ମାମଲାରେ ଗିରଫ ଶୁଭ୍ରା କୁଣ୍ଡୁଙ୍କୁ କୋଲକାତାରୁ ଭୁବନେଶ୍ୱର ଅଣାଯାଉଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ତାଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ କରାଯିବ ହାଜର । ଚିଟ୍‌ଫଣ୍ଡ ଠକେଇ ମାମଲାରେ ସିବିଆଇ ରୋଜଭ୍ୟାଲି ଗ୍ରୁପ୍‌ ଚେୟାରମ୍ୟାନ୍‌ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ଗିରଫ କରିଛି ।

ସିବିଆଇ ଓ ଇଡି ପାଇଁ ଓ୍ଵାଣ୍ଟେଡ୍‌ ଥିଲେ ଶୁଭ୍ରା । ରୋଜଭ୍ୟାଲି ହଜାର ହଜାର ଜମାକାରୀଙ୍କଠାରୁ ଠକେଇ କରିଥିବା ଅଭିଯୋଗ ରହିଛି । ଗୌତମ କୁଣ୍ଡୁ ଗତ ୨୦୧୫ ମାର୍ଚ୍ଚରୁ ଗିରଫ ହୋଇ ଜେଲରେ ଅଛନ୍ତି । ଗୌତମଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁ ଜୁଏଲାରୀ କାରବାର ଚଳାଇଥିଲେ ।

Leave A Reply

Your email address will not be published.