୧୦ ହଜାର ଟଙ୍କା ବାଜି ଜିତିବାକୁ ଯାଇ ଚାଲିଗଲା ଜୀବନ

ଲକ୍ଷ୍ନୈା : ଜିଦି ଯୋଗୁ ଅଧିକାଂଶ ସମୟରେ ହାର୍‌ ମାନିବାକୁ ପଡ଼ିଥାଏ । ହେଲେ ବେଳେ ବେଳେ ଏହି ଜିଦି ମନୁଷ୍ୟର ମୃତ୍ୟୁର କାରଣ ମଧ୍ୟ ହୋଇଥାଏ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ସାମିଲ ଠାରେ । ଦୁଇ ଜଣ ଟ୍ରାକ୍ଟର ଡ୍ରାଇଭର ଏକ କାଦୁଅ ଗଦାକୁ ଟ୍ରାକ୍ଟର ଚଢ଼ାଇବା ନେଇ ଜିଦି ମାରିଥିଲେ ।

ଯିଏ ଜିତିବ ତାକୁ ଅନ୍ୟ ଜଣକ ୧୦ ହଜାର ଟଙ୍କା ଦେବ । ଏହି କାଦୁଅ ଗଦାକୁ ଟ୍ରାକ୍ଟର ଚଢ଼ାଇବା ପାଇଁ କେହି ସାହସ କରୁ ନଥିବା ବେଳେ ଭବନ ଟିଟାରାସୀ ଗାଁର ଗୈାରବ ଶର୍ମ୍ମା ଏବଂ ଚନ୍ଦ୍ରପାଲ୍‌ ସଇନିଙ୍କ ମଧ୍ୟରେ ୧୦ ହଜାର ଟଙ୍କାର ବାଜି ଲାଗିଥିଲା ।

ବାଜି ଜିତିବା ପାଇଁ ପ୍ରଥମେ ଚନ୍ଦ୍ରପାଲ୍‌ ମାଟି ଗଦାକୁ ଟ୍ରାକ୍ଟର ଚଢ଼ାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଗୈାରବ ମାଟି ଗଦାକୁ ନିଜ ଟ୍ରାକ୍ଟର ଚଢ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ସଫଳ ହୋଇ ନଥିଲେ ।

ଉପସ୍ଥିତ ଥିବା ଲୋକେ ଗୈାରବଙ୍କୁ କମେଟ୍‌ କରିବାରୁ ଗୈାରବ ତାଙ୍କ ଉଦ୍ୟମ ଜାରି ରଖିଥିଲେ । ହେଲେ ସେ ବାରମ୍ବାର ତାଙ୍କ ଉଦ୍ୟମ ଜାରି ରଖିଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିଥିଲା । ଫଳରେ ଟ୍ରାକ୍ଟର ତଳେ ଗୈାରବଙ୍କ ଜୀବନ ହାନୀ ଘଟିଥିଲା ।

Leave A Reply

Your email address will not be published.