୨୪ ଜୁନ୍‌ ସନ୍ଧ୍ୟାରେ ବିଶ୍ୱର ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେବ ‘ଷ୍ଟ୍ରବେରୀ ମୁନ’, ବିବାହ ‘Honey Moon’ ସହିତ ବି ରହିଛି ସମ୍ବନ୍ଧ, ଜାଣନ୍ତୁ

ଗୁରୁବାର ଅର୍ଥାତ୍‌ ୨୪ ଜୁନ୍‌ ସନ୍ଧ୍ୟା ସବୁ ସନ୍ଧ୍ୟାଠାରୁ ଭିନ୍ନ ହେବ। ଏହି ଦିନ ସୂର୍ଯ୍ୟ ଅସ୍ତ ହେଉ ହେଉ ଆକାଶର ଦୃଶ୍ୟ ଅଲଗା ରହିବ। ରାତିରେ ଯେଉଁ ଜହ୍ନ ଉଇଁବ, ତାକୁ ଆମେ କହିବା ‘ଷ୍ଟ୍ରବେରୀ ମୁନ’। ଷ୍ଟ୍ରବେରୀ ମୁନକୁ ‘ହନି ମୁନ’ ମଧ୍ୟ କୁହାଯାଇଥାଏ। ତେବେ କେତେକ ଦେଶ ଯେପରି ଭାରତରେ ଏହି ଷ୍ଟ୍ରବେରୀ ମୁନ ଶୁକ୍ରବାର ଭୋର୍‌ ଅର୍ଥାତ୍‌ ପାହାନ୍ତିଆ ଆକାଶରେ ଦେଖାଯିବ ବୋଲି NASA ପକ୍ଷରୁ କୁହାଯାଇଛି।

NASA ବୈଜ୍ଞାନିକଙ୍କ ମୁତାବକ, ୨୪ ଜୁନରେ ଚନ୍ଦ୍ର ପୃଥିବୀ ଚାରିପଟେ ନିଜର ଅଣ୍ଡାକାର କକ୍ଷରେ ପରିକ୍ରମା କରିବା ସମୟରେ ନିକଟତର ହେବ। ଏହି ସମୟରେ ଚନ୍ଦ୍ର ଅପେକ୍ଷାକୃତ ବଡ଼ ଦେଖାଯିବ। ଉତ୍ତର ଆମେରିକାର ଏଲଗୋନକ୍ୱିନ ଆଦିବାସୀମାନେ ଏହାର ନାଁ ଷ୍ଟ୍ରବେରୀ ମୁନ ରଖିଥିଲେ। କାହିଁକି ନା, ଏହି ସମୟ ଉତ୍ତର ଆମେରିକାରେ ଷ୍ଟ୍ରବେରୀ ଫଳ କାଟିବାର ସମୟ ହୋଇଥାଏ।

ଏହି ଷ୍ଟ୍ରବେରୀ ମୁନର ଆଉ କି କେତେକ ନାମ ରହିଛି, ଯେପରି ହଟ୍‌ ମୁନ, ହନି ମୁନ ଓ ରୋଜ ମୁନ। ତେବେ American Museum of Natural Historyର ଏଷ୍ଟ୍ରୋଫିଜିଶିଷ୍ଟ ଜ୍ୟାକି ଫ୍ୟାହର୍ଟି କହିଛନ୍ତି କି, ୨୪ ଜୁନରେ ଚନ୍ଦ୍ର କୌଣସି ଷ୍ଟ୍ରବେରୀ ରଙ୍ଗ, ଲାଲ୍‌ କି ଗୋଲାପି ଦେଖାଯିବ ନାହିଁ, ବରଂ ଏହା ନିଜର ହଳଦିଆ ଆଲୋକ ସହିତ ଦେଖାଯିବ। ଏହା ସୁନା ରଙ୍ଗ ଭଳି ହଳଦିଆ ଦିଶିବ ଏବଂ ଏଥିରେ ହାଲୁକା ଲାଲ୍‌ ରଙ୍ଗର ପ୍ରଭାବ ରହିବ। ଷ୍ଟ୍ରବେରୀ ମୁନକୁ ହଟ୍‌ ମୁନ ବି କୁହାଯାଇଥାଏ, କାରଣ ଏହା ଗରମ ଦିନେ ବାହାରିଥାଏ। ଆଉ ରୋଜ ମୁନ ଏଥିପାଇଁ କୁହାଯାଇଥାଏ, କାରଣ, ଏହି ସମୟରେ ବିଶ୍ୱର କେତେକ ସ୍ଥାନରେ ଗୋଲାପ ଫୁଲ ଫସଲ ହୋଇଥାଏ।

‘ହନିମୁନ’ ସହିତ କ’ଣ ରହିଛି ସମ୍ବନ୍ଧ

ଏହି ସମୟରେ ମହୁ କୋଷସମୂହ ପ୍ରସ୍ତୁତ ହୋଇସାରିଥାଏ। ଏଥିରୁ ମହୁ ବାହାରିବାର ସମୟ ଆସିଯାଇଥାଏ। ହନିମୁନ ଶବ୍ଦର ଉପଯୋଗ ୧୫୦୦ ଶତାବ୍ଦୀରୁ ହୋଇ ଆସୁଛି। ଏହି ସମୟରେ ବିଶ୍ୱର କେତେକ ଦେଶରେ ବିବାହ ଋତୁ ଚାଲିଥାଏ। ବିବାହ ପରେ ସାଧାରଣତଃ ଲୋକେ ହନିମୁନ ମନାଇବାକୁ କେଉଁଠି ନା କେଉଁଠିକୁ ଯାଇଥାଆନ୍ତି। ବିବାହ ଋତୁରେ ଆକାଶରେ ହନିମୁନ ବାହାରୁଥିବାରୁ ବିବାହ ହନିମୁନ ସହିତ ମଧ୍ୟ ଏହାର ସମ୍ବନ୍ଧ ରହିଛି।

Leave A Reply

Your email address will not be published.