Odisha News
.

ପରୀକ୍ଷଣ ହେଲା କ୍ଷେପଣାସ୍ତ୍ର ‘ଅସ୍ତ୍ର’

ବାଲେଶ୍ୱର(କେନ୍ଯୁଜ୍) : କ୍ଷେପଣାସ୍ତ୍ର ‘ଅସ୍ତ୍ର’ର ପରୀକ୍ଷଣ ହୋଇଛି । ଆଜି ସକାଳ ୯.୨୮ରେ ଚାନ୍ଦିପୁରରୁ ଏହାର ପରୀକ୍ଷଣ କରାଯାଇଛି। ଆକାଶରୁ ଆକାଶମାର୍ଗକୁ ନିକ୍ଷେପ କରାଯାଇପାରିବ କ୍ଷେପଣାସ୍ତ୍ର ‘ଅସ୍ତ୍ର’। ଏହାର ଲକ୍ଷ୍ୟଭେଦୀ କ୍ଷମତା ରହିଛି ୨୦ କିଲୋମିଟର। ଆଜି କ୍ଷେପଣାସ୍ତ୍ରର ପରୀକ୍ଷଣବେଳେ ବାଲେଶ୍ୱର ସହରରେ ପ୍ରଚଣ୍ଡ ବେଗରେ ଶବ୍ଦ  ହୋଇଥିଲା। ଏହାକୁ ନେଇ ଲୋକମାନେ ଆତଙ୍କିତ ହୋଇପଡିଥିଲେ। ଗତ ବର୍ଷ ମଧ୍ୟ ଅସ୍ତ୍ରର ପରୀକ୍ଷଣ ବେଳେ ବାଲେଶ୍ୱର ସହରରେ ଲୋକଙ୍କ ଘରେ ପ୍ରଚଣ୍ଡ ଶବ୍ଦ ହେବା ସହ ଲୋକଙ୍କ କାଚ ଭାଙ୍ଗିଯାଇଥିଲା।

Leave A Reply

Your email address will not be published.