ବାଲେଶ୍ୱରରେ ରେଳ ଚଳାଚଳ ସ୍ୱାଭାବିକ, ୨୪ ଘଣ୍ଟା ପରେ ଗଡ଼ିଲା ଟ୍ରେନ୍‌

ବାଲେଶ୍ୱର: ବାଲେଶ୍ୱରରେ ରେଳ ଚଳାଚଳ ସ୍ୱାଭାବିକ । ଶତାବ୍ଦୀ ଏକ୍ସପ୍ରେସ୍‌ ବ୍ୟତୀତ ସମସ୍ତ ଟ୍ରେନ ସ୍ୱଭାବିକ ଭାବେ ଚାଲୁଛି । କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରଯାଇଛି । ରାତି ୧ଟା ସୁଦ୍ଧା ମରାମତି ସରିବା ପରେ ରେଳଗାଡି ଚାଲିଛି । ଗତକାଲି ସାଢ଼େ ୧୧ଟା ବେଳେ ଶୋଭାରାମପୁରରେ ନିର୍ମାଣାଧୀନ ରେଲେଓ୍ଵ ଓଭରବ୍ରିଜ ସ୍ଲାବ୍‌ ଖସି ପଡ଼ିଥିଲା । ରେଳ ଧାରଣା ଦେଇ ଯାଇଥିବା ହାଇଭୋଲଟେଜ୍‌ ବିଦ୍ୟୁତ ତାରଗୁଡ଼ିକ ମଧ୍ୟ ଛିଣ୍ଡିଥିଲା । ରେଳ ଧାରଣା ଉପରେ ପଡ଼ିବାରୁ ଏହି ରୁଟରେ ରେଳ ଚଳାଚଳ ବନ୍ଦ ଥିଲା । ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଚାଲିଥିଲା ।

 

Leave A Reply

Your email address will not be published.