Odisha News
.

କେଉଁ କ୍ରାଇମ୍‌ ପାର୍ଟନରଙ୍କୁ ମିସ୍‌ କରୁଛନ୍ତି ବିରାଟ କୋହଲି ?

କୋଲକାତା : ଭାରତର ସବୁଠାରୁ ସଫଳ କ୍ରିକେଟ୍‌ ଅଧିନାୟକ ଭାବେ ବିରାଟ କୋହଲି ଇତିହାସରେ ନାଁ ଲେଖାଇ ସାରିଲେଣି । ଏବେ ବୟସ ଓ ଫର୍ମ ଉଭୟ ତାଙ୍କ ହାତରେ ଅଛି । ତେଣୁ ଆହୁରି ସଫଳତା ଗୋଟାଇବେ ଏହି ଖେଳାଳି । ବ୍ୟାଟ୍‌ରେ ଯେମିତି ଦମ୍‌ଦାର ପ୍ରଦର୍ଶନ କରୁଛନ୍ତି ତାଙ୍କ ଟିମ୍‌ ବି ସବୁ ଫର୍ମାଟ୍‌ ଖେଳରେ ସେମିତି ଦମ୍‌ ଦେଖାଉଛି । ବୋଲିଂ, ବ୍ୟାଟିଂ ଉଭୟ କ୍ଷେତ୍ରରେ ତାଙ୍କୁ ମିଳିଛି ଦଳର ଅନ୍ୟ ଖେଳାଳିଙ୍କ ସମ୍ପୂର୍ଣ୍ଣ ସହଯୋଗ । ହେଲେ ଏସବୁ ଭିତରେ ସେ ପଡ଼ିଆରେ ଜଣକୁ ମିସ୍‌ କରୁଛନ୍ତି । ଅର୍ଥାତ୍‌ ତାଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି ।

ଦୁହେଁ ଯେତେବେଳେ ପଡ଼ିଆରେ ସାଥୀ ହୋଇ ବ୍ୟାଟିଂ କରନ୍ତି ସେତେବେଳେ ବିପକ୍ଷ ଦଳର ଫିଲଡରଙ୍କ ଚକ୍‌ମା ଦେଇ ସିଙ୍ଗଲ୍ସ ଓ ଡବଲ୍‌ ରନ୍‌ ଗୋଟାଇ ନିଅନ୍ତି । ବିପକ୍ଷ ଦଳର ଖେଳାଳିଙ୍କ ଏଭଳି ମାତ୍‌ ଦେବା ଖୁବ୍‌ ମଜାଦାର । କୋହଲି ତାଙ୍କର ସେହି ସାଥୀଙ୍କୁ ଖୋଜୁଛନ୍ତି । ଆଉ ସୋସିଆଲ ମିଡିଆରେ ଏକ ସସପେନ୍ସ ଭରା ଫଟୋ ରଖି ଲେଖିଛନ୍ତି ‘ପାର୍ଟନର୍‌ ଇନ୍‌ କ୍ରାଇମ୍‌’ । ତାଙ୍କର ଏହି କ୍ରାଇମ୍‌ ପାର୍ଟନର୍‌ ଆଉ କେହି ନୁହନ୍ତି, ସେ ହେଉଛନ୍ତି ସମସ୍ତଙ୍କର ପ୍ରିୟ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ।

VIRAT-3

ବିରାଟଙ୍କ ଏହା ବାର୍ତ୍ତାକୁ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିଛନ୍ତି । ବିରାଟ ଏବେ ପୂରା ଟିମ୍‌ ସହ କୋଲକାତାରେ ପିଙ୍କ ବଲ୍‌ରେ ଅଭ୍ୟାସ କରୁଛନ୍ତି । ଯେଉଁଠି ଶୁକ୍ରବାର ଠାରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବ ଦ୍ୱିତୀୟ କ୍ରିକେଟ୍‌ ଟେଷ୍ଟ । ଯାହା ଦିନରାତିରେ ଖେଳାଯିବ ।

Loading...

Leave A Reply

Your email address will not be published.