କେନ୍ଦୁଝର କାଦୁଅବାହାଳୀ ଗାଁରେ ବୃଦ୍ଧାଙ୍କୁ ଦଳି ଦେଲା ହାତୀ, ବନବିଭାଗ କର୍ମଚାରୀ ବହୁ ସମୟ ଧରି ନପହଞ୍ଚିବାରୁ ଅସନ୍ତୋଷ ଗ୍ରାମବାସୀ

କେନ୍ଦୁଝର: ବୃଦ୍ଧାଙ୍କୁ ଦଳି ଦେଲା ହାତୀ। କେନ୍ଦୁଝର ଘସିପୁରା ଥାନା କାଦୁଅବାହାଳୀ ଗାଁରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ୭୨ ବର୍ଷିୟା ଚନ୍ଦୁରୀ ମୁଣ୍ଡା ଘରକୁ ଫେରୁଥିବା ବେଳେ ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀ ତାଙ୍କୁ ଟେକି କଚାଡ଼ି ଦେବା ସହ ଦଳି ଦେଇଥିଲା। ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ। ବନବିଭାଗ କର୍ମଚାରୀ ବହୁ ସମୟ ଧରି ଘଟଣାସ୍ଥଳରେ ନପହଞ୍ଚିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଯାଇଥିଲା। ଘସିପୁର ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ୫ଟିକିଆ ହାତୀ ପଲ କାଦୁଅବାହାଳୀ ଗାଁ ନିକଟରେ ରହି ଆତଙ୍କ ସୃଷ୍ଟି କରିଛନ୍ତି। ଗ୍ରାମବାସୀମାନେ ହାତୀ ଘଉଡ଼ାଇବାକୁ ଚେଷ୍ଟା ଚଳାଇଛନ୍ତି। ତେବେ ବହୁ ସମୟରେ ହାତୀ ପଲ ଗାଁ ଭିତରକୁ ପଶି ଆସୁଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ପଡୁଥିବା ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.