ଦିଲ୍ଲୀରେ ଉତ୍ତର ପ୍ରଦେଶ କସରତ, ୟୁପି ବିଜେପିରେ ସାଙ୍ଗଠନିକ ପରିବର୍ତ୍ତନ ସମ୍ଭାବନା

ନୂଆଦିଲ୍ଲୀ (କେନ୍ୟୁଜ) : ଉତ୍ତରପ୍ରଦେଶ ବିଜେପିରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ ସମ୍ଭାବନା । ଏହାରି ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ । ଗତକାଲି ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଯୋଗୀ ଭେଟିଛନ୍ତି । ଆଜି ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଯୋଗୀଙ୍କୁ ନେଇ ରାଜ୍ୟ ସଙ୍ଗଠନ ଓ ମନ୍ତ୍ରିମଣ୍ଡଳରେ ବଢ଼ି ଚାଲିଥିବା ଅସନ୍ତୋଷ ସମୟରେ ଯୋଗୀଙ୍କ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଗୀଙ୍କ ଶୀତଳ ଯୁଦ୍ଧକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବାରୁ ଏହି ଗସ୍ତ ଆହୁରି ଗୁରୁତ୍ୱ ରଖୁଛି ।

jogi1 ନିକଟରେ RSS କର୍ମକର୍ତ୍ତା ଲକ୍ଷ୍ନୋରେ ଆଗାମୀ ନିର୍ବାଚନକୁ ନେଇ ମତାମତ ସଂଗ୍ରହ ବେଳେ ଅନେକ ସଭାପତି ପରିବର୍ତ୍ତନ ଓ ମନ୍ତ୍ରିମଣ୍ଡଳ ପୁନର୍ଗଠନ ପାଇଁ ଦାବି କରିଥିଲେ । କରୋନା ଦ୍ୱିତୀୟ ଲହର ପରିଚାଳନା ନେଇ ଦଳ ଭିତରୁ ସମାଲୋଚନାର ଶିକାର ହୋଇଥିଲେ ଯୋଗୀ ଆଦିତ୍ୟନାଥ। ଉତ୍ତର ପ୍ରଦେଶ ବିଜେପିର ଗୋଟିଏ ଗୋଷ୍ଠୀ ଯୋଗୀ ସରକାରଙ୍କୁ ଖୋଲାଖୋଲି ସମାଲୋଚନା କରିଥିଲେ । ଯାହା କେନ୍ଦ୍ର ନେତୃତ୍ୱକୁ ଚିନ୍ତାରେ ପକାଇଛି । ଆସନ୍ତା ବର୍ଷ ହେବାକୁ ଥିବା ୟୁପି ବିଧାନସଭା ନିର୍ବାଚନକୁ ଏହି ପ୍ରସଙ୍ଗ ପ୍ରଭାବିତ କରିପାରେ । ଜାତି ଓ ଆଞ୍ଚଳିକ ସମୀକରଣକୁ ଦୃଷ୍ଟିରେ ରଖି ନୂଆ ଚେହେରାକୁ ସାମିଲ କରାଯାଇପାରେ।

Leave A Reply

Your email address will not be published.